Odisha Link
Bridging the Missing Links in Odisha

କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା

ଭୁବନେଶ୍ବର: କଂଗ୍ରେସ ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ ହୋଇଛନ୍ତି। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ନରସିଂହ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି।

ତେବେ କରୋନା ପଜିଟିଭ ଆସିବା ପରେ ଏବେ ସଙ୍ଗରୋଧରେ ରହିଛନ୍ତି ନରସିଂହ ମିଶ୍ର। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହାରି ମଧ୍ୟରେ ଅନେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି।

ଏହାସହ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ମଧ୍ୟ କଟକଣା ଜାରି କରିଛନ୍ତି। ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଘୋଷଣା ହୋଇଥିବା ବେଳେ ନାଇଟ କର୍ଫ୍ୟୁ ଜାରି ରହିଛି।