Odisha Link
Bridging the Missing Links in Odisha

ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ, କ’ଣ ଖୋଲା ଓ ବନ୍ଦ ରହିବ ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ମେ’ ୧୯ ତାରିଖ ଯାଏଁ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ। ଏହି ସମୟରେ ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସକାଳ ୬ଟାରୁ ୧୨ଟା ଯାଏ ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ।

ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଏଟିଏମ୍ ସେବା ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ହସ୍ପିଟାଲ, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ। ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ। ଏଥିସହ ଫ୍ଲିପ୍‌କାର୍ଟ, ଆମଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଅନୁମତି ମିଳିଛି। ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ ମିଡିଆ ସ୍ବାଭାବିକ ଭାବେ ଚାଲୁ ରହିବ।

ଲକ୍‌ଡାଉନ୍ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ବନ୍ଦ ରହିବ। କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଯାତାୟାତ ମନା। ଏହି ସୟମରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ।ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍‌ ମାର୍କେଟ କଂପ୍ଲେକ୍ସ, ଜିମ୍‌ ବନ୍ଦ ରହିବ। ଯାତ୍ରା, ଅପେରା, ଖୋଲାମଞ୍ଚ ବନ୍ଦ ରହିବ। 

ସେଲୁନ୍‌, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ ହୋଇ ପାରିବ। ବିବାହରେ ୫୦ ଓ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ମଳିବ। ଏଥିସହ ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ ରହିବ।

Leave A Reply

Your email address will not be published.