Odisha Link
Bridging the Missing Links in Odisha

ମେ’ ୨୬ରେ ଚଳିତ ବର୍ଷର ପ୍ରଥମ ବ୍ଲଡମୁନ୍

ଭୁବନେଶ୍ବର: ଆସନ୍ତା ମେ’ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ଏବଂ ଶତାବ୍ଦୀର ବୃହତ ଚନ୍ଦ୍ର ଗହଣ ବା ବ୍ଲଡମୁନ୍। ଚଳିତ ବର୍ଷ ହେବାକୁ ଥିବା ଚନ୍ଦ୍ରଗ୍ରହଣ ୧୪ ମିନିଟ ୩୦ ସେକେଣ୍ଡ ପର୍ୟ୍ୟନ୍ତ ରହିବ। ଏହି ଚନ୍ଦ୍ର ଗ୍ରହଣ ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକା ସମେତ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦୃଶ୍ୟମାନ ହେବ।

ଯେତେବେଳେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ। ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ। ସୂର୍ୟ୍ୟ କିରଣର ପ୍ରତିଫଳନ ହେତୁ ଚନ୍ଦ୍ରପୃଷ୍ଠକୁ ଏହା କମଳା ଏବଂ ଲାଲ ରଙ୍ଗରେ ଆଦୃତ କରେ, ଏହା ଲାଲ ଦେଖାଯିବାରୁ ଏହାକୁ ବ୍ଲଡମୁନ୍ କୁହାଯାଏ।

ଏହା ପୂର୍ବରୁ ୨୦୧୯ ମସିହା ଜାନୁଆରୀ ୨୧ରେ ବ୍ଲଡମୁନ୍ ଦେଖିବାକୁ ମିଳିଥିଲା। ସେହିପରି ଚଳିତ ବର୍ଷ ମେ ୨୬ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଥିବା ବେଳେ ଜୁନ୍ ୧୦ରେ ନଭେମ୍ବର ୧୯ରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଦେବ।

Leave A Reply

Your email address will not be published.