Odisha Link
Bridging the Missing Links in Odisha

କରୋନା ପାଇଁ ଫିକା ପଡିଯାଇଛି ଇଦ୍-ଉଲ-ଫିତର, ସାମୂହିକ ନମାଜ ପାଠ ମନା

ଭୁବନେଶ୍ୱର: ଆଜି ପବିତ୍ର ଇଦ୍-ଉଲ-ଫିତର। ମୁସଲିମ ସମ୍ପ୍ରଦାୟର ଏହା ବଡ ପର୍ବ। ମାତ୍ର କରୋନା ପାଇଁ ଫିକା ପଡିଯାଇଛି ଇଦ୍‌ ଉତ୍ସବ। କଟକଣା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସଜିଦ ପ୍ରବେଶ ବାରଣ ରହିଛି । ମସଜିଦରେ ସମୂହ ନମାଜପାଠ ବାରଣ ହୋଇଥିବା ବେଳେ ଲୋକମାନେ ନିଜ ଘରେ ଇଦ୍ ପାଳନ କରୁଛନ୍ତି। କିଛି ନିର୍ଦ୍ଦିଷ୍ଟ ଶ୍ରଦ୍ଧାଳୁଙ୍କୁ ନେଇ ମସଜିଦରେ କେବଳ ନମାଜ ପାଠ ହେଉଛି।

କଟକଣା ପାଇଁ ସାମୁହିକ ନମାଜ ପାଠ ହେଉ ନାହିଁ। ବିଧି ଅନୁଯାୟୀ ପ୍ରଶାସନିକ ଅନୁମତି ଯୋଗୁଁ ମାତ୍ର ୫ ଜଣ ନମାଜ ପାଠ କରୁଛନ୍ତି। ସମସ୍ତ ମସଜିଦରେ ମଧ୍ୟ ଅନୁରୂପ ଭାବେ ଇଦ ଉଲ ଫିତର ପାଳିତ ହେଉଛି।

ଦାନ ଓ ଧର୍ମର ପର୍ବ ହେଉଛି ଇଦ ଉଲ ଫିତର। ରମଜାନ୍ ମାସର ଶେଷ ଦିନ ସନ୍ଧ୍ୟା ପରେ ଆକଶରେ ଚାନ୍ଦ୍ ଦେଖିଲା ପରେ ଯାଇ ପାଳନ ହୋଇଥାଏ ‘ଇଦ୍- ଉଲ୍- ଫିତର୍’। ଯାହାକୁ ସଂକ୍ଷେପରେ ଇଦ୍ କୁହାଯାଏ। ଏହା ରମଜାନ୍ ମାସର ଶେଷ ଦିନ ପାଳନ କରାଯାଏ।

ରମଜାନ୍, ଇଦ୍ ଅଲ୍- ଆଧା ଇଦ୍ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିତର୍ ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ୨୯ ଦିନ ବା ୩୦ ଦିନ ଯାଏଁ ମାସ ସାରା ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏହି ଦିନ ସାରା ବିଶ୍ୱର ମୁସଲମାନ ମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏହି ଦିନକୁ ଆଲ୍ଲାଙ୍କର ପରିଚୟ ଦିବସ ବୋଲି ବିବେଚନା କରାଯାଏ।

Leave A Reply

Your email address will not be published.