Odisha Link
Bridging the Missing Links in Odisha

ସରକାର ନିଖୋଜ: ଆଉଟ୍‌‌ଲୁକ୍‌ ପ୍ରଚ୍ଛଦକୁ ନେଇ ଚର୍ଚ୍ଚା

ବ୍ୟୁରୋ: ସରକାର ନିଖୋଜ। ହଁ, ଭାରତ ସରକାର ନିଖୋଜ ହୋଇଯାଇଛନ୍ତି। ୭ ବର୍ଷ ଧରି ମିଳୁନାହାନ୍ତି ଭାରତ ସରକାର। ଦେଶବାସୀ ତାଙ୍କୁ ଖୋଜୁଛନ୍ତି। ଏଭଳି ଏକ ନିଖୋଜ ଘୋଷଣା ସହ ସୃଜନାତ୍ମକ ପ୍ରଚ୍ଛଦ ସହ ବଜାରକୁ ଆସିଛି ଆଗାମୀ ସପ୍ତାହର ଆଉଟ୍‌ଲୁକ୍।

ଭାରତର ଅନ୍ୟତମ ପ୍ରସିଦ୍ଧ ଇଂରାଜୀ ସାପ୍ତାହିକୀ ‘ଆଉଟ୍‌ଲୁକ୍’ ଏଥର ଏଭଳି ପ୍ରଚ୍ଛଦ ପାଇଁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। ଜଣାଶୁଣା ସାମ୍ବାଦିକ ରୁବେନ୍‌ କାନାର୍ଜୀଙ୍କ ସଂପାଦିତ ଏହି ପତ୍ରିକାର ଆଗାମୀ ସଂଖ୍ୟା (ମେ ୧୭-୨୪) ଏମିତି ଏକ ରୋଚକ ପ୍ରସଙ୍ଗ ନେଇ ବଜାରକୁ ଆସିଛି।

ଏହି ସଂଖ୍ୟାରେ ପ୍ରତାପ ଭାନୁ ମେହତା, ଶଶୀ ଥରୁର, ମହୁଆ ମଇତ୍ର, ମନୋଜ ଝା, ବିଜୟ ଚୌଥାଇଓ୍ବାଲେ ଓ ନବୀନା ଜାଫା ପ୍ରମୁଖ ଭାରତ ସରକାରଙ୍କ ବାବଦରେ ବିଭିନ୍ନ ପ୍ରସଙ୍ଗରେ ନିବନ୍ଧ ଲେଖିଛନ୍ତି।

Leave A Reply

Your email address will not be published.