Odisha Link
Bridging the Missing Links in Odisha

ଲକଡାଉନ ୨.୦: ଅଫିସ ପାଇଁ ନୂଆ ଗାଇଡଲାଇନ

୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ

ଭୁବନେଶ୍ଵର: ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦। ଆସନ୍ତା ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଲକଡାଉନରେ ଅଫିସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।

ନୂଆ ଗାଇଡଲାଇନ୍ ମୁତାବକ, ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ। ପୋଲିସ, ହୋମଗାର୍ଡ, ଅଗ୍ନିଶମ, ଜେଲ୍‌, ଓ ପୌର କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବାରେ ଜଡିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ।

ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି। ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ସକାଳ ୭ଟାରୁ ୧୧ଟା ଯାଏ ରହିଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କମାଇ ଦିଆଯାଇଛି।

Leave A Reply

Your email address will not be published.