Odisha Link
Bridging the Missing Links in Odisha

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା: କରୋନା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା

କରୋନାରେ ଅନାଥ ପିଲାମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଓ ମାଗଣାରେ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟାଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ଥମୁନାହିଁ। ଏଭଳି ସମୟରେ ଅସହାୟ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି ।

କେଜ୍ରିୱାଲ ସରକାର କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହ ଘରେ ରୋଜଗାର କରୁଥିବା ସଦସ୍ୟଙ୍କ ମୃତ୍ୟୁରେ ପରିବାରକୁ ପ୍ରତିମାସରେ ୨୫୦୦ ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ପିଲାମାନଙ୍କର ମାତାପିତାଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ପିଲାମାନେ ଅନାଥ ହୋଇଛନ୍ତି। ସେହି ପିଲାମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଓ ମାଗଣାରେ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ୭୨ଲକ୍ଷ ରାସନ କାର୍ଡଧାରୀଙ୍କୁ ଚଳିତ ମାସରୁ ମାଗଣାରେ ରାସନ୍ ଦିଆଯିବ। କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଏହି ରାସନ କାର୍ଡଧାରୀଙ୍କୁ ୫ କିଲୋ ମାଗଣା ରାସନ୍ ମିଳୁଛି। ଏବେ ଏମାନଙ୍କୁ ମାସକୁ ୧୦କିଲୋ ମାଗଣା ରାସନ୍ ମିଳିବ। ଯେଉଁ ଲୋକମାନଙ୍କର ରାସନ୍ କାର୍ଡ ନାହିଁ, ସେମାନଙ୍କୁ ମଧ୍ୟ ଦିଲ୍ଲୀ ସରକାର ରାସନ୍ ଯୋଗାଇ ଦେବ। ଏଥିରେ କୌଣସି ପ୍ରକାରର ଡକୁମେଣ୍ଟ ମଗାଯିବ ନାହିଁ।

Leave A Reply

Your email address will not be published.