Odisha Link
Bridging the Missing Links in Odisha

ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତଙ୍କ ପରଲୋକ

ବାପାଙ୍କ ମୃତ୍ୟୁର ୧୦ ଦିନ ପରେ ଆଜି ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ

ଭୁବନେଶ୍ୱର: ଦିଂବଗତ ସାଂସଦ ତଥା ପଦ୍ମ ବିଭୂଷଣ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ବାପାଙ୍କ ମୃତ୍ୟୁର ୧୦ ଦିନ ପରେ ଆଜି ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ଏବଂ ବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏପରିକି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ମଧ୍ୟ ଆସିଥିଲା। ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହୋଇଗଲା। ତେଣୁ ତାଙ୍କୁ ରେସ୍‌ପେରେଟୋରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶେଷରେ ଆଜି ସକାଳେ ପ୍ରଶାନ୍ତଙ୍କ ଦେହାନ୍ତ ହୋଇଛି।

ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଆମ ଟିମ୍‌ର ଶତଚେଷ୍ଟା ସତ୍ତ୍ୱେ ପ୍ରଶାନ୍ତଙ୍କର ଆଜି ସକାଳ ୭ଟା ୫୧ରେ ଦେହାନ୍ତ ହୋଇଥିଲା। ତାଙ୍କ ବଡ଼ ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

Leave A Reply

Your email address will not be published.