Odisha Link
Bridging the Missing Links in Odisha

ମହାନତା ଦେଖାଇଲେ ପୂର୍ତ୍ତ ସଚିବ

ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି ସଚିବ କ୍ରିସନ କୁମାର

ପୁରୀ: ମହାନତା ଦେଖାଇଲେ ପୂର୍ତ୍ତ ସଚିବ। ପୁରୀରୁ ଫେରୁଥିବା ସମୟରେ ସିଫାଛକ ଠାରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି ସଚିବ କ୍ରିସନ କୁମାର। ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଡିଭାଇଡରରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଭର୍ତ୍ତି କରିଛନ୍ତି।

ଏଥିସହ ଯୁବକଙ୍କର ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସା ସମୟରେ ସଚିବ ନିଜେ ଉପସ୍ଥିତ ଥିଲେ। ଏବେ ଆହତ ଜଣକ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି। ଆହତ ଜଣକ ହେଲେ ସାକ୍ଷୀଗୋପାଳର ରତ୍ନାକର ପ୍ରଧାନ। ହସ୍ପିଟାଲରେ ପୂର୍ତ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ତାଙ୍କ ଦେଖାଶୁଣା କରିବା ସହ ପରିବାର ଲୋକଙ୍କୁ ଏନେଇ ଖବର ଦେଇଛନ୍ତି।

Leave A Reply

Your email address will not be published.