Odisha Link
Bridging the Missing Links in Odisha

କାଠଯୋଡ଼ି ନଦୀରେ ତ୍ରିଶୁଳିଆଠାରେ ହେବ ଦ୍ୱିତୀୟ ବ୍ରିଜ୍: ପୂର୍ତ୍ତ ବିଭାଗ

୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି ବୋଲି ସେ କହିଛନ୍ତି।

ଓଏଲ୍ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନେଇ ପୂର୍ତ୍ତ ବିଭାଗର ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ। ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି। ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି। ୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି ବୋଲି ସେ କହିଛନ୍ତି। ବଜେଟ ୨୯୮ କୋଟିରୁ ୯୫୦୦ କୋଟିରେ ପହଂଚିଛି। ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ବୋଲି ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ସେ ଆହୁରି ମଧ୍ୟ କହିଛନ୍ତି, ୩୧୪ ବ୍ଲକକୁ ଦୁଇ ଥାକିଆ ରାସ୍ତା ସଂଯୋଗ କରାଯାଇଛି। ଅବଢ଼ା ଯୋଜନାରେ ୨୨୪ କୋଟି, ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୫୮ କୋଟିର ବ୍ୟବସ୍ଥା ହୋଇଛି। ଜୟପୁରରୁ ବ୍ରହ୍ମପୁର ୩୩୫ କିଲୋମିଟର ରାସ୍ତା ଚାରିଥାକିଆ କରାଯିବ। ବିଭିନ୍ନ ସହରରେ ରିଂ ରୋଡ଼ କରାଯିବ। ମେଡିକାଲ କଲେଜ ହେଉ କି ଆଦର୍ଶ ବିଦ୍ୟାଳୟ, ହସ୍ପିଟାଲ ହେଉ କି କୋର୍ଟ ବିଲ୍ଡିଂ ଏବଂ କ୍ରୀଡା ଭିତ୍ତିଭୂମି ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗ ହାତରେ। ଏହା ସହ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ପ୍ରମୁଖ ଜିଲ୍ଲା ସଡ଼କର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଛି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। କାଠଯୋଡ଼ି ନଦୀରେ ତ୍ରିଶୁଳିଆଠାରେ ହେବ ଦ୍ୱିତୀୟ ବ୍ରିଜ୍। ଦ୍ୱିତୀୟ ବ୍ରିଜ୍ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି ବୋଲି ସୂଚନା ମିଳିଛି। ଚଳିତ ବର୍ଷ ବ୍ରିଜ୍ କାମ ଆରମ୍ଭ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ଓ ପୂର୍ତ୍ତ ସଚିବ।

Leave A Reply

Your email address will not be published.