ରାଜ୍ୟରେ ଅମଲାତନ୍ତ୍ର ସରକାର ଚାଲିଛି: ନରସିଂହ ମିଶ୍ର
କଂଗ୍ରେସ ବିଧାୟକ ଦଳ ନେତା ଦାବି କରିଥିଲେ ଯେ, ମନ୍ତ୍ରୀ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାରୁ ଆଗକୁ ଏମିିତି ହେବ ନାହିଁ କହି ବୟନ ଶିଳ୍ପ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ।

ଓଏଲ୍ ବ୍ୟୁରୋ: ବିଧାନସଭାରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଧାନସଭାରେ ନରସିଂହ କହିଥିଲେ, ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ। ରାଜ୍ୟରେ ଅମଲାତନ୍ତ୍ର ସରକାର ଚାଲିଛି। ଦିନ ଦିପହରରେ ଗଣତନ୍ତ୍ରର ହତ୍ୟା କରାଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ଦାବି କରିଥିଲେ ଯେ, ମନ୍ତ୍ରୀ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାରୁ ଆଗକୁ ଏମିିତି ହେବ ନାହିଁ କହି ବୟନ ଶିଳ୍ପ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ।
ଅନ୍ୟପକ୍ଷେ, ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଓ ବିଜେଡି ଗୃହରେ ମୁହାଁମୁହିଁ ହୋଇଥିଲେ। ନରସିଂହ ମିଶ୍ର କହୁଥିବା ବେଳେ ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ଗୃହରେ ନିରଞ୍ଜନ ପୂଜାରୀ କହିଛନ୍ତି ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ। ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୂର୍ଣ୍ଣ କରାଯାଉଛି। ଗୃହର ମଧ୍ୟଭାଗକୁ ଆସି ବିରୋଧୀ ନାରାବାଜି କରିଥିଲେ। ସେପଟେ ନିଜ ନିଜ ସ୍ଥାନରେ ଛିଡା ହୋଇ ନାରାବାଜି କରିଛନ୍ତି ଶାସକ ଦଳ।