Odisha Link
Bridging the Missing Links in Odisha

ମାଡ଼ି ଆସୁଛି ବାତ୍ୟା: ୨ ଦିନ ପାଇଁ ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା କୋହଳ କଲେ ସରକାର

ଭୁବନେଶ୍ବର: ମହାମାରୀ କରୋନା ସମୟରେ ସ୍ଥଳଭାଗ ମୁହାଁ ବାତ୍ୟା ୟାସ୍। ବାତ୍ୟା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ତେବେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ସମୟରେ ପରିବର୍ତ୍ତନ କରିଛନ୍ତି ସରକାର । ଏନେଇ ଏସଆରସି ଗାଇଡଲାଇନ୍‌ ଜାରି କରିଛନ୍ତି।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଲାଗିଛି ଲକ୍‌ଡାଉନ୍‌ କଟକଣା। କାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ। ହେଲେ ଏବେ ବାତ୍ୟା ପ୍ରଭାବିତ ସମ୍ଭାବନା ଥିବା ୧୦ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ଏନେଇ ଏସ୍ଆର୍‌ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

୧୦ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା। ଏହି ୧୦ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଦୋକାନ ବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.