Odisha Link
Bridging the Missing Links in Odisha

ଧାମରା ପାଖରେ ଅତିକ୍ରମ କରିବ ୟାସ୍, ସକାଳୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ୟାସ୍। ଘଣ୍ଟାକୁ ୧୦ କିମି ବେଗରେ ଉପକୂଳ ମୁହାଁ ହେଉଛି ବାତ୍ୟା। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍। ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଏବଂ ମଧ୍ୟାହ୍ନରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍। ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଏହାଛଡ଼ା ସେ କହିଛନ୍ତି ଧାମରା ଓ ଚାନ୍ଦବାଲିରେ ସବୁଠାରୁ ଅଧିକ କ୍ଷତି ଘଟାଇବ। ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ପ୍ରଭାବ ପଡ଼ିବ।

ଆଜି ସନ୍ଧ୍ୟା ସୁଦ୍ଧା ୟଶ ଅତିଭୀଷଣ ବାତ୍ୟାରେ ପରିଣତ ହେବ । ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଆଜି ମଧ୍ୟରାତ୍ରରୁ ୬୦ରୁ ୮୦କିମି ବେଗରେ ପବନ ବୋହିବ। କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିମି ରହିବ । ଫନି ଠାରୁ ପବନର ବେଗ ପାଖାପାଖି ୫୦ କିମି କମ ରହିବ। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା କାର୍ଯ୍ୟ ଶେଷ କରିବାକୁ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.