Odisha Link
Bridging the Missing Links in Odisha

ମେ’ ୨୯ରେ ମନ୍ତ୍ରୀ ପରିଷଦ ବୈଠକ, ବଡ଼ ଘୋଷଣା କରି ପାରନ୍ତି ନବୀନ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର। ମେ’୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁେ୍ଠି ହେବ ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ଆଭିମୁଖ୍ୟ ଓ ୨୦୧୯ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ସେ ନେଇ ସମୀକ୍ଷା କରାଯିବା ସହ ଓଡ଼ିଶାବାସୀଙ୍କୁ ବିଜୁ ଜନତା ଦଳ ଆଉ କେତେ ସୁପ୍ରଶାସନ ଦେଇପାରିବ, ସେ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଗଣମାନଙ୍କୁ ପରାମର୍ଶ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଚଳିତ ମାସରେ ଗତ ୧୪ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟକ୍ରମ ଓ ଦକ୍ଷତା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା । ଏଥରକ ମନ୍ତ୍ରୀମାନଙ୍କୁ ବିଭିନ୍ନ ରାଙ୍କ୍ ମିଳିବ ମିଳିବ ବୋଲି ମଧ୍ୟ ବ୍ୟବସ୍ଥା ହୋଇଥିଲା । କିନ୍ତୁ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଦ୍ୱିତୀୟ ଲହରୀ ଯୋଗୁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

Leave A Reply

Your email address will not be published.