Odisha Link
Bridging the Missing Links in Odisha

ପାରାଦୀପ ଠାରୁ ୨୮୦ କିମି ଦୂରରେ ବାତ୍ୟା ‘ୟାସ୍’, ୧୭ କିମି ବେଗରେ ସ୍ଥଳଭାଗ ମୁହାଁ

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ‘ୟାସ୍’। ଆଜି ଅପରାହ୍ନରେ ସିଭିୟର୍ ସାଇକେ୍ଲାନିକ୍ ଷ୍ଟର୍ମ ଭୀଷଣକାୟ ରୂପ ନେଇ ଭେରି ସିଭିୟର୍ ସାଇକେ୍ଲାନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା ପାରାଦୀପ ଠାରୁ ୨୮୦ କିମି ଦୂରରେ। ବାଲେଶ୍ବର ଠାରୁ ୩୮୦ କିମି ଦୂରରେ ରହିଛି ବାତ୍ୟା। ଘଣ୍ଟା ପ୍ରତି ୧୭ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଧାମରା ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା।

ଅନ୍ୟପଟେ ୨୬ ତାରିଖ ଦିନ ସମୟରେ ବାଲେଶ୍ୱର ଆଖପାଖରେ ସ୍ଥଳ ଭାଗ ଛୁଇଁପାରେ। ସଠିକ୍ ଭାବେ କେଉଁ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ସେ ନେଇ ଆଜି ସୂଚନା ମିଳିବ। ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବୋହିପାରେ। ଏପରିକି ସ୍ଥାନେ ସ୍ଥାନେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି।

Leave A Reply

Your email address will not be published.