Odisha Link
Bridging the Missing Links in Odisha

ବାତ୍ୟା ପୂର୍ବରୁ ଆସିଲା ଭୟଙ୍କର ଟର୍ଣ୍ଣାଡୋ, ଭାଙ୍ଗିଲା ୮୦ ଘର

କୋଲକାତା: ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟାସ୍। ବାତ୍ୟାର ପ୍ରଭାବ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ବାତ୍ୟା ପୂର୍ବରୁ ଆସିଲା ଭୟଙ୍କର ଟର୍ଣ୍ଣାଡୋ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ଦେଖିବାକୁ ମିଳିଛି। ସମୁଦ୍ର ଭିତରୁ ସ୍ଥଳ ଭାଗକୁ ମାଡ଼ି ଆସିଥିବା ଏହି ଟର୍ଣ୍ଣାଡୋ ଯୋଗୁ ୮୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୁଳି ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି।

ବେଙ୍ଗଲର ହୁଗୁଳି ଓ ଉତ୍ତର ୨୪ ପ୍ରଗଣାରେ ବାତ୍ୟା ୟାସ ପ୍ରଭାବରେ ବର୍ଷା ହେଉଥିବା ବେଳେ ଟାର୍ଣ୍ଣାଡୋ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ଏଭଳି ଭୟଙ୍କର ଟର୍ଣ୍ଣାଡୋ ଆସିବ ବୋଲି କେବେ ଭାବି ନଥିଲୁ।

ଏହି ଟର୍ଣ୍ଣାଡୋ ଛିନଶୁରା ଠାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଠାରେ ୪୦ଟି ଘର ଭାଙ୍ଗି ଯାଇଥିବା ବେଳେ ୨ ଜଣ ଲୋକ ବିଜୁଳି ଝଟକାରେ ପ୍ରାଣ ହରାଇଛନ୍ତି। ହଲି ସହରରେ ଟର୍ଣ୍ଣାଡୋ ଦୀର୍ଘ ଗୋଟିଏ ମିନିଟ୍‌ ଧରି ଅନୁଭତ ହୋଇଥିଲା। ଏଥିରେ ୪୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲକୁ ନିଆ ଯାଇଛି।

ଅନ୍ୟପକ୍ଷରେ ବାତ୍ୟା ୟାସକୁ ଦେଖି ପଶ୍ଚିମବଙ୍ଗ ସରକାର ୧୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଚିବାଳୟରେ ରାତି ତମାମ ରିଲିଫ ଓ ଉଦ୍ଧାର ଅପରେସନର ସମୀକ୍ଷା କରୁଛନ୍ତି।

Leave A Reply

Your email address will not be published.