Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ଦିନକରେ ୧୧୬୨୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୧୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଅନୁଗୁଳରୁ ୮୨୩ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୨୫୭ ଜଣ, ଭଦ୍ରକରୁ ୪୬୧ଜଣ, ବଲାଙ୍ଗୀରରୁ ୧୭୦ ଜଣ, ବୌଦ୍ଧରୁ ୨୦୬ଜଣ, କଟକରୁ ୯୯୮ଜଣ, ଦେବଗଡରୁ ୮୬ ଜଣ, ଢେଙ୍କାନାଳରୁ ୪୪୧ଜଣ, ଗଜପତିରୁ ୭୬ ଜଣ, ଗଞ୍ଜାମରୁ ୧୫୮ ଜଣ, ଜଗତସିଂହପୁରରୁ ୩୧୫ ଜଣ, ଯାଜପୁରରୁ ୫୬୦ ଜଣ, ଝାରସୁଗୁଡାରୁ ୧୮୪ ଜଣ, କଳାହାଣ୍ଡିରୁ ୩୫୨ ଜଣ, କନ୍ଧମାଳରୁ ୧୪୧ ଜଣ, କେନ୍ଦ୍ରାପଡ଼ାରୁ ୧୯୮ଜଣ, କେଉଁଝରରୁ ୧୩୩ଜଣ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରୁ ୨୦୨୧ ଜଣ, କୋରାପୁଟରୁ ୨୧୮ ଜଣ, ମାଲକାନଗିରିରୁ ୭୩ଜଣ, ମୟୁରଭଞ୍ଜରୁ ୨୪୯ ଜଣ, ନବରଙ୍ଗପୁରରୁ ୩୦୦ ଜଣ, ନୟାଗଡ଼ରୁ ୩୧୬ଜଣ, ନୂଆପଡ଼ାରୁ ୫୪ ଜଣ, ପୁରୀରୁ ୪୬୨ ଜଣ, ରାୟଗଡ଼ାରୁ ୨୨୩ ଜଣ, ସମ୍ୱଲପୁରରୁ ୩୪୨ଜଣ, ସୋନପୁରରୁ ୨୬୧, ସୁନ୍ଦରଗଡ଼ରୁ ୬୯୯ ଓ ଷ୍ଟେଟ ପୁଲରୁ ୩୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭ଲକ୍ଷ୨୬ ହଜାର ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୧୨,୯୯୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୧୧୦୩୭୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.