Odisha Link
Bridging the Missing Links in Odisha

ପୁଣି କାୟା ମେଲାଉଛି ବ୍ୟୁବୋନିକ୍ ପ୍ଲେଗ୍

ନୂଆଦିଲ୍ଲୀ: ମହାମାରୀ କରୋନା ହନ୍ତସନ୍ତ କରୁଥିବା ବେଳେ ଏବେ ଆଉ ରୋଗ ବିପଦ ହୋଇ ଠିଆ ହୋଇଛି। ଆଫ୍ରିକାର କଙ୍ଗୋରେ ପୁଣି କାୟା ମେଲାଉଛି ବ୍ୟୁବୋନିକ ପ୍ଲେଗ। ଗତବର୍ଷ ପରି ଏବର୍ଷ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଛି। କଙ୍ଗୋରେ ୧୫ଟି ନୂଆ କେସ୍ ଚିହ୍ନଟ ହେବା ସହ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହାକୁ ‘କଳା ମୃତ୍ୟୁ’ ବା ‘ବ୍ଲାକ୍କ ଡେଥ୍’ ମଧ୍ୟ କୁହାଯାଏ। ଏହା ମୂଷାଙ୍କ ମାଧ୍ୟମରେ ମଣିଷଙ୍କ ଶରୀରରେ ବ୍ୟାପିଥାଏ।

ଆଫ୍ରିକାର କଙ୍ଗୋର ଇଟୁରିରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଏହି ବ୍ୟୁବୋନିକ୍ ମହାମାରୀର ରୂପ ନେଇଛି। ୨୩ ଏପ୍ରିଲରୁ ୮ ମଇ ମଧ୍ୟରେ ୧୧ ଜଣ ପ୍ରାଣ ହରାଇ ସାରିଲେଣି।

ଇଟୁରୀର ପ୍ରାଦେଶିକ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ଲୁଇସ୍ ଶୁଲୋ କହିଛନ୍ତି ଯେ, ବ୍ୟୁବୋନିକ ପ୍ଲେଗ ରୋଗୀମାନଙ୍କଠାରେ ମୁଣ୍ଡବିନ୍ଧା, ଜ୍ୱର, କାଶ, ଶରୀରରେ ଦୁର୍ବଳ ଅନୁଭବ ହେବା ଏବଂ ରକ୍ତ ବାନ୍ତି ପରି ଲକ୍ଷଣ ଦେଖାଯାଇଥାଏ। ବର୍ତ୍ତମାନ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ଶବ ସତ୍କାର ଠାରୁ ଦୂରରେ ରହିବାକୁ ଅପିଲ୍ କରାଯାଇଛି।

ଇଟୁରୀରେ ଗତବର୍ଷ ବ୍ୟୁବୋନିକ୍ ପ୍ଲେଗ୍ ରେ ୪୬୧ ମାମଲା ଚିହ୍ନଟ ହୋଇଥିଲା ଏବଂ ସେଥିମଧ୍ୟରୁ ୩୧ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ରୋଗରେ ମୃତ୍ୟୁର ଆଶଙ୍କା ୩୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ଏହା ପ୍ରଥମେ ୟୂରୋପରେ ବ୍ୟାପିଥିଲା। ସେହି ସମୟରେ ଏହା ଦ୍ୱାରା ଆକ୍ରାନ୍ତ ହୋଇ କୋଟି କୋଟି ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.