Odisha Link
Bridging the Missing Links in Odisha

କେନ୍ଦୁଝର ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ବିପଦ ସଂକେତ ଉପରେ ବୈତରଣୀ

କେନ୍ଦୁଝର: ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଫଳରେ ଆନନ୍ଦପୁର ରାଜଘାଟ ନିକଟରେ ବୈତରଣୀ ବିପଦ ସଂକେତ ଉପରେ ରହିଛି। ସେଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବାବେଳେ ଏବେ ଜଳସ୍ତର ୩୮.୫୫ ମିଟର ଉପରେ ରହିଛି।

ସେହିପରି ଏନଏଚ-୪୯ର ତୁରୁମୁଙ୍ଗା ନିକଟରେ ବୈତରଣୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ପ୍ରାୟ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜାତୀୟ ରାଜପଥ ଉପରେ ପ୍ରବଳ ପାଣି ଚାଲୁଥିବାରୁ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଅପରପକ୍ଷରେ ଶିମିଳପାଳ ଆଭ୍ୟନ୍ତରୀଣ ଅଂଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଫଳରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମିମି, ରାମତୀର୍ଥରେ ୩୫୭ ମିମି, ବରେହିପାଣିରେ ୩୩୧ ମିମି, କବାଟ ଘାଇରେ ୩୦୬ ମିିମି, ନଅଣାରେ ୨୭୮ ମିମି ବର୍ଷା ହୋଇଛି। ଏହି ସବୁ ଅଂଚଳରେ ରେକଡର଼୍ ପରିମାଣର ବର୍ଷା ହୋଇଥିବାନେଇ ଶିମିଳିପାଳ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଫଳରେ ଶିମିଳିପାଳରୁ ବାହାରିଥିବା ନଦୀରେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି।

Leave A Reply

Your email address will not be published.