Odisha Link
Bridging the Missing Links in Odisha

ସଂଜୟ ଦତ୍ତଙ୍କୁ ମିଳିଲା ୟୁଏଇର ଗୋଲଡେନ୍ ଭିସା

ନୂଆଦିଲ୍ଲୀ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ। ଏହି ପରିପ୍ରେକ୍ଷୀରେ ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍ ମାରି ସଞ୍ଜଙ୍କୁ ଏହି ଭିସା ପ୍ରଦାନ କରିଛନ୍ତି। ତେବେ ସଞ୍ଜୟ ଦତ୍ତ ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆଉ ଏନେଇ ସେ ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ, ଏହା ତାଙ୍କ ପାଇଁ ଗୌରବର ବିଷୟ।

ଏହି ସୂଚନା ଦର୍ଶାଇ ସଞ୍ଜୟ ଦତ୍ତ ଦୁଇଟି ଫଟୋଗ୍ରାଫ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ମେଜର ଜେନେରାଲ ମହମ୍ମଦ ଅଲ ମାରିଙ୍କ ସହିତ ପାସପୋର୍ଟ ଧରିଥିବାର ନଜର ଆସିଛନ୍ତି। ମହମ୍ମଦ ଅଲ ମାରି ଦୁବାଇର ରେସିଡେନ୍ସି ଏବଂ ବୈଦେଶିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ଅଟନ୍ତି।

ୟୁଏଇ କର୍ତ୍ତୃପକ୍ଷ ୨୦୧୯ରୁ ଏଭଳି ଭିସା ପ୍ରଦାନ କରୁଛନ୍ତି। ସେଠାରେ କାମ କରିବା, ବାସ କରିବା, ଅଧ୍ୟୟନ ଏବଂ ବ୍ୟବସାୟ ପରିଚାଳନା ପାଇଁ ବିଦେଶୀ ନାଗରିକଙ୍କୁ ଏଭଳି ଭିସା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ବିଦେଶୀ ନିବେଶକ ଏବଂ ବ୍ୟବସାୟୀମାନେ ୟୁଏଇରେ ନିବେଶ ଓ ବ୍ୟବସାୟ କରିବାସହିତ ସେମାନଙ୍କ ବ୍ୟବସାୟର ପୂର୍ଣ୍ଣ ମାଲିକ ହୋଇପାରୁଛନ୍ତି।

ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ଘର ଦୁବାଇରେ ଅଛି। ଯେଉଁଠାରେ ତାଙ୍କ ପତ୍ନୀ ଏବଂ ଉଭୟ ପିଲାଙ୍କ ସହିତ ରହୁଛନ୍ତି। ପିଲାମାନେ ଦୁବାଇରେ ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କୁ ବାରମ୍ବାର ଭିସା ନେବାକୁ ପଡ଼ିବ ନାହିଁ, କାରଣ ଗୋଲଡେନ୍ ଭିସା ପାଇବା ପରେ ସଞ୍ଜୟ ୟୁଏଇରେ ୧୦ ବର୍ଷ ରହିପାରିବେ। ଭାରତରୁ ଏପର୍ୟ୍ୟନ୍ତ କେବଳ ଶାହରୁଖ ଖାନ୍ ଏହିଭଳି ଭିସା ପାଇଛନ୍ତି।

Leave A Reply

Your email address will not be published.