Odisha Link
Bridging the Missing Links in Odisha

ସିଦ୍ଧାର୍ଥ ପିଠାନିଙ୍କ ଗିରଫ ପରେ ସୁଶାନ୍ତଙ୍କ ଚାକରଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିବ। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ। ତେବେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କକୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ ଜାରି ରଖିଛି। ଏବେ ପୁଣିଥରେ ସୁଶାନ୍ତଙ୍କ ଦୁଇ ଘରୋଇ ସହାୟତାଙ୍କୁ ଏନ୍‌ସିବି ପଚରା ଉଚରା କରିବ।

ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କ ଗିରଫ ପରେ ଏନ୍‌ସିବି ଅଭିନେତା ସୁଶାନ୍ତ ସିଂ ଚାକର ନିରଜ ଏବଂ କେଶବଙ୍କୁ ପୁଣି ଥରେ ପଚରାଉଚରା କରିବ। ଏଥିପାଇଁ ଏହି ଦୁଇ ଜଣଙ୍କୁ ଗତକାଲି ସମନ କରିଛି।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ଚାକର ନିରଜ ଏବଂ କେଶବ ଏନ୍‌ସିବି ପଚରା ଉଚରାରୁ ବର୍ତ୍ତିବା ପାଇଁ ୮ ମାସ ଧରି ମୁମ୍ବାଇ ବାହାରେଥିଲେ। ପରେ ଅଗଷ୍ଟ ମାସରେ ଏ ଦୁହେଁ ମୁମ୍ବାଇ ଫେରିଥିଲେ। ନୀରଜ ଏବଂ କେଶବଙ୍କୁ ପୂର୍ବରୁ ମଧ୍ୟ ସିବିଆଇ ଓ ଏନ୍‌ସିବି ଟିମ୍ ପଚରାଉଚରା କରିସାରିଛି। ଏବେ ପୁଣି ଥରେ ଏନ୍‌ସିବିର ଟିମ୍ ଡ୍ରଗ୍ସ ମାମଲା ସହ ଜଡିତ କଥା ପଚରାଉଚରା କରିବାକୁ ଡକାଇଛି।

Leave A Reply

Your email address will not be published.