Odisha Link
Bridging the Missing Links in Odisha

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ସିନେ ଜଗତରେ ଶୋକର ଛାୟା। ବଲିଉଡର ଷ୍ଟାଇଲିସ୍‌ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ମୁମ୍ବାଇ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ। ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ।

ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ସୁଶାନ୍ତ। ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଏଭଳି କାହିଁକି କଲେ ଏବେ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ଜଣାପଡିନାହିଁ। ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ପରଲୋକ ହୋଇଛି।

କିଛି ମାସ ତଳେ ଆତ୍ମହତ୍ୟା ବିଫଳତା ଓ ଆତ୍ମବିଶ୍ବାସ ଉପରେ ଆଧାରିତ ଚଳଚ୍ଚିତ୍ର “ଛିଛୋରେ” ରେ ମୁଖ୍ୟ ଭୂମିକା ରେ ଆସି ଦର୍ଶକଙ୍କ ହୃଦୟ ଜିତିଥିବା ଓ ଦର୍ଶକଙ୍କୁ ଆତ୍ମହତ୍ୟା କେବେ ବି ସମାଧାନ ନୁହେଁ ,ସଫଳ ହୁଅ କି ବିଫଳ ଜୀବନ ହିଁ ସବୁ କିଛି ବୋଲି ଶିକ୍ଷା ଦେଇଥିବା ସୁଶାନ୍ତ ନିଜେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ବ୍ୟଥିତ କରିଛି। ସୁଶାନ୍ତ ବଲିଉଡରେ ୧୨ଟି ଫିଲ୍ମ କରିଥିଲେ। ବଲିଉଡ ଜଗତରେ ‘କାଇ ପୋ ଛେ’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ ସୁଶାନ୍ତ। ତାଙ୍କର ଶେଷ ଫିଲ୍ମ ‘ଦିଲ ବେଚାରା’ ଥିଲା।

ଏଥିସହିତ ୬ଦିନ ପୂର୍ବରୁ ଅର୍ଥାତ ଜୁନ୍‌ ୮ରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନ ମଧ୍ୟ ଆତ୍ମହତ୍ୟା କରିଥିଲେ। ସେ ୧୪ ମହଲା ଛାତ ଉପରେ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ।

Comments are closed.