Odisha Link
Bridging the Missing Links in Odisha

ଆଜି ସୁସ୍ଥ ହେଲେ ଆଉ ୧୧୪ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଆଉ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୦୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ୩୦, ଖୋର୍ଦ୍ଧାରୁୁ ୨୩, କଟକରୁ ୧୦, ମୟୁରଭଞ୍ଜରୁ ୧୦, ଗଜପତିରୁ ୮, ବରଗଡ଼ରୁ ୫, ନୟାଗଡ଼ରୁ ୪, ବଲାଙ୍ଗୀରରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ବର୍ତ୍ତମା ସୁଦ୍ଧା ରାଜ୍ୟରେ ମୋଟ ୨୭୦୮ ଜଣ ସୁସ୍ଥ ହୋଇଛନ୍ତି।

Comments are closed.