Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ

ପୁରୀ: ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ରଥ ସହ ସମ୍ପୃକ୍ତ ସେବାୟତଙ୍କ ୪ ଥର ଆରଟି-ପିସିଆର ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସେବାୟତ, ପୋଲିସ କର୍ମଚାରୀ, ମନ୍ଦିର ଅଧିକାରୀଙ୍କ କୋଭିଡ୍ ଟେଷ୍ଟ ହେବ। ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ କରାଯିବ। ଏହା ସହିତ ଗୁଣ୍ଡିଚାଯାତ୍ରା, ସ୍ନାନଯାତ୍ରା, ବାହୁଡାଯାତ୍ରା ପୂର୍ବରୁ ଆରଟି-ପିସିଆର ଟେଷ୍ଟ ହେବ। ନୀଳାଦ୍ରି ବିଜେର ୧୫ ଦିନ ପୂର୍ବରୁ ବି ଆରଟି-ପିସିଆର ଟେଷ୍ଟ ହେବ।

ରଥଯାତ୍ରାରେ ସାମିଲ ସବୁ ସେବାୟତ ଓ କର୍ମଚାରୀଙ୍କୁ ଟିକା ଦିଆଯିବ। ଯୋଗସୂତ୍ର କରିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମଓ ଅଫିସ ମଧ୍ୟରେ ସେ ଯୋଗସୂତ୍ର ରକ୍ଷା କରିବେ। ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.