Odisha Link
Bridging the Missing Links in Odisha

କରୋନା କଟକଣାକୁ ଫୁ: ଟିକାକରଣ କେନ୍ଦ୍ରରେ ଠେଲାପେଲା

ଆରଡି: କରୋନାକୁ ମାତ୍‌ ଦେବାକୁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳ ଟିକାକରଣ କେନ୍ଦ୍ରରେ କୋଭିଡ କଟକଣାକୁ ଫୁ। ଏଭଳି ଦୃଶ୍ୟ ବେଖିବାମୁ ମଳିଛି ଆରଡି ଅଞ୍ଚଳରେ। ଗତକାଲି୧୮-୪୪ ବର୍ଗ ଲୋକଙ୍କ ଟିକାକରଣ ପାଇଁ ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଜଣାଯାଇଥିଲା। ଏପରିକି ସ୍ଳଟ୍ ବୁକିଂ କରିଥିବା ଲୋକଙ୍କୁ ଟିକା ଦେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ମାତ୍ର କିଛିଦିନ ତଳେ କେତେକ ଲୋକଙ୍କୁ ଅଫଲାଇନରେ ଟିକା ଦିଆଯାଇଥିବାରୁ ଟିକା ଆଶାରେ ଶତାଧିକ ଲୋକ କୋଭିଡ କଟକଣା ଉଲଂଘନ କରି ମେଡିକାଲ ମଧ୍ୟକୁ ଠେଲାପେଲା ହୋଇ ପଶିଥିଲେ। ଟିକାକରଣ କେନ୍ଦ୍ରରେ ଲୋକଙ୍କ ହୋହଲ୍ଲା ଓ ବିଶୃଙ୍ଖଳ ଆଚରଣ ପାଇଁ ଦୀର୍ଘସମୟ ଧରି ଟିକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ ମେଡିକାଲ କର୍ତ୍ତୃପକ୍ଷ। ପୋଲିସର ହସ୍ତକ୍ଷପ ପରେ ପୁନର୍ବାର ଟିକାକରଣ କାର୍ଯ୍ୟ ଚାଲିଥିଲା।

କିଛି ଗରୀବ ଶ୍ରେଣୀର ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍ ସୁବିଧା ନଥିବାରୁ ସେମାନେ ଅନ୍‌ଲାଇନ୍ ମାଧ୍ୟରେ ସ୍ଳଟ୍ ବୁକ୍ କରିବା ସମ୍ଭବପର ନୁହେଁ। ଏଣୁ ସେମାନଙ୍କ ପାଇଁ ଅଫ୍ ଲାଇନ୍‌ରେ ଆଧାରକାର୍ଡ ପ୍ରମାଣ ଭାବେ ଭିତ୍ତିକରି ଟିକା ପ୍ରଦାନ ନେଇ ଦାବି କରାଯାଇଛି।

Leave A Reply

Your email address will not be published.