Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଓସ ଲାଗି

ପୁରୀ: ମହାସ୍ନାନ ପରେ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଜ୍ୱର ଭଲ କରିବା ପାଇଁ ସ୍ବତନ୍ତ୍ର ସେବା କରାଯାଉଛି। ଧିରେ ଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଜ୍ୱର ଭଲ କରିବା ପାଇଁ ପଞ୍ଚମୀ ତିଥିରୁ ଦଇତାପତି ସେବକମାନେ ଫୁଲୁରୀ ତେଲକୁ ମାଲିସ କରୁଛନ୍ତି। ଆଜି ଷଷ୍ଠୀରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବିଭିନ୍ନ ଔଷଧିୟ ସାମଗ୍ରୀରେ ପ୍ରସ୍ତୁତ ଓସ ଲାଗି କରାଯିବ।

ଅଣସର ସୁଦ୍ଧସୂଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ମିଶାଇ ଔଷଧ ପ୍ରସ୍ତୁତ କରାଯାଏ। ଏହି ଔଷଧକୁ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି।

ସେପଟେ ଘୋଷଯାତ୍ରା ଦିନ ପାଖେଇ ଆସୁଥିବାରୁ ରଥକାମ ଜୋରସୋରରେ ଚାଲିଛି। ସେବାୟତମାନେ ରାତିଦିନ ଏକ କରି ମହାପ୍ରଭୁଙ୍କ ରଥ ନିର୍ମାଣ କାମରେ ଲାଗିଛନ୍ତି। ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ହେବ।

 

Leave A Reply

Your email address will not be published.