Odisha Link
Bridging the Missing Links in Odisha

୧୨ ବିଜେପି ବିଧାୟକଙ୍କୁ ବର୍ଷେ ପାଇଁ ସସ୍‌ପେଣ୍ଡ

ମୁମ୍ବାଇ: ୧୨ ଜଣ ବିଜେପି ବିଧାୟକଙ୍କୁ ବର୍ଷେ ପାଇଁ ବାସନ୍ଦ। ମହାରାଷ୍ଟ୍ର ବିଧାନସଭାର ମୈସୁମୀ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଛି। ବିଧାୟକଙ୍କ ଆସନ ପ୍ରତି ଅସମ୍ମାନ ଏବଂ ହାତାହାତି କାରଣରୁ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଛି। ବାଚସ୍ପତିଙ୍କ କକ୍ଷରେ ଅଫିସର ଭାସ୍କର ଯାଦବଙ୍କ ସହିତ ଅଭଦ୍ରୋଚିତ ଆଚରଣ ପାଇଁ ୧୨ ବିଧାୟକଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି।

ସଞ୍ଜୟ କୁଟେ, ଆଶିଷ ସେଳଶର, ଅଭିମନ୍ୟୁ ପୱାର, ଗିରିଶ ମହାଜନ, ଅତୁଲ ଭଟକଲକର, ପରାଗ ଅଲଭାନି, ହରିଶ ପିମ୍ପାଲେ, ରାମ ସତପୁତେ, ବିଜୟ କୁମାର ରାୱଲ, ୟୋଗେଶ ସାଗର, ନାରାୟଣ କୁଚେ ଏବଂ କ୍ରିତି କୁମାର ବଙ୍ଗିଡାଙ୍କୁ ବାସନ୍ଦ କରିବା ପାଇଁ ବିଧେୟକ ପାଶ କରାଯାଇଥିଲା।

୨ ଦିନିଆ ମୌସୁମୀ ଅଧିବେଶନରେ ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନବିସ୍ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏମପିଏସସି ଆଶାୟୀ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ମୌସୁମୀ ଅଧିବେଶନକୁ ମାତ୍ର ଦୁଇ ଦିନରେ ସୀମିତ ରଖାଯାଇଥିବାରୁ ଏହାକୁ ସମାଲୋଚନା କରିଥିଲେ ଫଡନବିସ। ବିଧାୟକ ମାନଙ୍କୁ ନିଲମ୍ବନ କରିବାର ପ୍ରସ୍ତାବ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୀଲ ପରବ ଆଗତ କରିଥିଲେ। ପରେ ବାଚନିକ ଭୋଟରେ ଏହାକୁ ପାରିତ କରାଯାଇଥିଲା।

Leave A Reply

Your email address will not be published.