Odisha Link
Bridging the Missing Links in Odisha

ରାଜ୍ୟରେ ବ୍ଲାକ୍‌ଫଙ୍ଗସରେ ୧୮ ମୃତ

ଭୁବନେଶ୍ୱର: ରାଜ୍ୟରେ ବ୍ଲାକ୍‌ଫଙ୍ଗସରେ ୧୮ ଜଣ ପ୍ରାଣ ହରାଇଛନ୍ତି। ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।

ତେବେ ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍‌ଫଙ୍ଗସ୍‌ କେସ୍ ସାମ୍ନାକୁ ଆସୁଛି। ବ୍ଲାକ୍‌ଫଙ୍ଗସ୍‌ ନେଇ ଏତେ ଭୟଙ୍କର ଅବସ୍ଥା ରାଜ୍ୟରେ ଏବେ ନାହିଁ ବୋଲି ସେ କହିଛନ୍ତି।

ସେହିପରି ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଉପରେ ପ୍ରତିକ୍ରିୟା ରଖି ଜନସସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରୁ ଏବେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ରାଜ୍ୟର ଅନ୍ୟ କୈଣସି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବା ସେ କହିଛନ୍ତି।