Odisha Link
Bridging the Missing Links in Odisha

ରଥଯାତ୍ରା ସମୟରେ ଗ୍ରୀନ ଜୋନ

ପୁରୀ: ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ। ଗ୍ରୀନ ଜୋନ ସମ୍ପର୍କରେ ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସପି କହିଛନ୍ତି।

ଅନ୍ୟପକ୍ଷରେ ଆଜି ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆଲୋଚନା ହୋଇଛି।

ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ କଟକଣାରେ ନବଦିନାତ୍ମକ ଯାତ୍ରା ସାରିବାକୁ ପ୍ରସ୍ତୁତ ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ। ଯାତ୍ରା ସମୟରେ ତିନୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ। କୋଭିଡ୍ କଟକଣାର ଅନୁପାଳନ ସହ କେବଳ ସେବାୟତ ହିଁ ରଥ ଟାଣିବେ ବୋଲି ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.