Odisha Link
Bridging the Missing Links in Odisha

ଟିକା ଅଭାବ: ୨ ଦିନରେ ସରିଯିବ ଗଚ୍ଛିତ ଟିକା

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି। ଏବେ ପୁଣି ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି।

ଟିକା ପ୍ରସଙ୍ଗରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ଯେତିକି କୋଭିସିଲ୍ଡ ଟିକା ଅଛି ସେଥିରେ ଆଉ ୨ ଦିନ ଟିକାକରଣ ଚାଲିବ। ତା’ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଓ ୨,୯୮,୮୧୦ କୋଭାକ୍ସିନ ଅଛି।

୧୫ ତାରିଖରେ ୩,୧୬,୪୭୦ ଡୋଜ କୋଭିସିଲ୍ଡ ପଠାଇବାକୁ କେନ୍ଦ୍ର କହିଛି। ଜୁଲାଇରେ ୧୦ଲକ୍ଷ ୪୩ ହଜାର ୯୩୦ ଡୋଜ କୋଭିସିଲ୍ଡ କେନ୍ଦ୍ର ସରକାର ଦେଇଛନ୍ତି। ୨୮ ଲକ୍ଷ ଲୋକ କୋଭିସିଲ୍ଡର ୨ୟ ଡୋଜ ନେବାକୁ ଅଛନ୍ତି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ଯୋଗୁଁ ଆଜି ବଲାଙ୍ଗୀର, ବାଲେଶ୍ବର, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି।

Leave A Reply

Your email address will not be published.