Odisha Link
Bridging the Missing Links in Odisha

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସ୍କ୍ବାଡକୁ ବଡ଼ ସଫଳତା। ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଏକ ବଡ଼ ଡ୍ରଗ୍ସ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛନ୍ତି। ଆଜି ୩୫୪ କେଜି ଓଜନର ହେରୋଇନ୍‌ ଜବତ କରିଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଜବତ ହୋଇଥିବା ହେରୋଇନ୍‌ର ଆନୁମାନିକ ମୂଲ୍ୟ ୨୫୦୦ କୋଟି ଟଙ୍କ ହେବ। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ହରିୟାଣାରୁ ଏବଂ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି। ଏତେ ବିପୁଳ ପରିମାଣର ଡ୍ରଗ୍ସ ଜବତ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ପାଇଁ ପ୍ରଥମ ଘଟଣା। ଏହି ରାକେଟ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଗିରଫ ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚରା କରାଯାଉଛି।

ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ୱତନ୍ତ୍ର ସେଲର ନୀରଜ ଠାକୁର କହିଛନ୍ତି, ଏହି ଅପରେସନ ପ୍ରାୟ ମାସେ ଧରି ଚାଲିଥିଲା। ଜବତ ଡ୍ରଗ୍ସ ଗୁଡ଼ିକ ଆଫଗାନିସ୍ତାନରୁ ଆସିଛି। ଏଗୁଡ଼ିକ ମୁମ୍ବାଇରୁ ସମୁଦ୍ର ପଥରେ ଦିଲ୍ଲୀ ଆସିଥିଲା। ଏଠାରୁ ଏହି ଡ୍ରଗ୍ସ ଗୁଡ଼ିକ ମଧ୍ୟପ୍ରଦେଶର ଶିବପୁରୀ ଠାରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ପାଖକୁ ଯାଇଥାଆନ୍ତା।

ଏଗୁଡ଼ୁକୁ ଲୁଚାଇ ରଖିବା ପାଇଁ ଫରିଦାବାଦରେ ଗୋଟିଏ ଘର ଭଡ଼ା ନିଆଯାଇଥିଲା। ପୂରା ଘଟଣାର କିଙ୍ଗପିନ୍‌ ଆଫଗାନିସ୍ତାନରେ ରହିଛି। ଡ୍ରଗ୍ସ ଗୁଡ଼ିକ ପଞ୍ଜାବକୁ ମଧ୍ୟ ପଠା ଯାଇଥାଆନ୍ତା। ଏହି କାରବାର ପଛରେ ପାକିସ୍ତାନର ବି ହାତ ରହିଛି। ଡ୍ରଗ୍ସ କାରବାର ପାଇଁ ଟଙ୍କା ପାକିସ୍ତାନରୁ ହିଁ ଅଭିଯୁକ୍ତଙ୍କୁ ଦିଆଯାଇଛି। ତଥାପି ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।

Leave A Reply

Your email address will not be published.