Odisha Link
Bridging the Missing Links in Odisha

ଜୁଲାଇ ୧୩ରୁ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ଗର୍ଭଗୃହ ଯାଞ୍ଚ ସହିତ ଲେଜର ସ୍କାନିଂ କରାଯିବ

ଭୁବନେଶ୍ୱର: ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଯାଞ୍ଚ କରାଯିବ ଗର୍ଭଗୃହ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଶନିବାର ଏନେଇ ସୂଚନା ପ୍ରଦାନ କରାଯାଇଛି। ଏନେଇ ଆଜି ଏଏସଆଇ ସୁପରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଘୋଷଣା କରାଯାଇଛି। ରଥଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ ସହିତ ଲେଜର ସ୍କାନିଂ କରାଯିବ ବୋଲି ଏଏସଆଇ ଅଧିକାରୀ ପ୍ରକାଶ କରିଛନ୍ତି। ମାତ୍ର ରତ୍ନ ସିଂହାସନକୁ ଲେଜର ସ୍କାନିଂ କରାଯିବାକୁ ମନା କରାଯାଇଛି ।

ସେପଟେ ରଥଯାତ୍ରା ପରଦିନ ଠାରୁ ଆରମ୍ଭ ହେବ ରୂପାଦ୍ୱାର ଲଗାଯିବା କାର୍ଯ୍ୟ। ତିନୋଟି ପ୍ରମୁଖ ଦ୍ୱାର କଳାହାଟ, ବେହରଣ ଓ ଜୟ ବିଜୟ ଦ୍ୱାର ସହ ଭଣ୍ଡାର ଦ୍ୱାରକୁ ରୂପା ଛାଉଣୀ କରାଯିବ। ସେଥିପାଇଁ ନିଳାଦ୍ରୀ ଭକ୍ତ ନିବାସରେ ବର୍ମାଟିକ କାଠରେ ଦ୍ୱାର ନିର୍ମାଣ ଶେଷ ହୋଇଛି। ଅନ୍ୟପଟେ ଷ୍ଟିଲ ଫ୍ରେମରେ ରୂପା ଛାଉଣୀ କରାଯାଇ ଦ୍ୱାର ଉପରେ ବାଡ଼ିଆଯିବ। ଏଏସଆଇ ବିଶେଷଜ୍ଞ ମାନେ ଅନୁଧ୍ୟାନ କରିବା ପରେ କାର୍ଯ୍ୟର ଅଗ୍ରଗତି ହେବ।

Leave A Reply

Your email address will not be published.