Odisha Link
Bridging the Missing Links in Odisha

କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ମିଛ, ଭିଡିଓ ଜାରି କରି ଅସୀମା କହିଲେ…

ଭୁବନେଶ୍ବର: ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ଗତକାଲି ରାତିରେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କ ଆଶୁ କାମନା କରିଥିଲେ। ଦୁର୍ଘଟଣା ସମୟରେ କାରରେ ସେ ଏବଂ ତାଙ୍କ ଭାଇ ଥିଲେ ବୋଲି କୁହାଯାଇଥିଲା। ହେଲେ ଅସୀମା ପଣ୍ଡା ଶନିବାର ଏକ ଭିଡିଓ ଜାରି କରି ତାଙ୍କର ଦୁର୍ଘଟଣା ଖବରକୁ ଖଣ୍ଡନ କରିଛନ୍ତି।

ଭିଡିଓରେ ଅସୀମା କହିଛନ୍ତି ଯେ, ମୋର ନୁହେଁ ମୋ ଭାଇର ଦୁର୍ଘଟଣା ହୋଇଛି। ମୁଁ ସଂପୂର୍ଣ୍ଣ ସୁସ୍ଥ ଓ ଘରେ ସୁରକ୍ଷିତ ଅଛି। ହେଲେ ସାମାଜିକ ଗଣମାଧ୍ୟମ ଏବଂ ତଥାକଥିତ କିଛି ନକଲି ଓ୍ଵେବସାଇଟରେ ମୋର ଦୁର୍ଘଟଣା ଘଟିଛି ଏବଂ ମୁଁ ଗୁରୁତର ଆହତ ହୋଇଥିବା ନେଇ ଖବର ପ୍ରସାରିତ ହୋଇଛି। ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏମିତି ଖବର ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ। ଦୟାକରି ଏମିତି ଗୁଜବରୁ ଦୂରେଇ ରୁହନ୍ତୁ ବୋଲି ଅସୀମା କହିଛନ୍ତି।

https://www.facebook.com/OdishaLink/videos/541499363764779

ସେ ଆହୁରି କହିଛନ୍ତି ଯେ, ଦୁର୍ଘଟଣା ମୋ ଭାଇର ହୋଇଛି। ସେ କାରରେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବାରୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାଇର ହାତରେ କେବଳ ଛୋଟ ଆଘାତ ଲାଗିଛି ବୋଲି ଅସୀମା କହିଛନ୍ତି।

Leave A Reply

Your email address will not be published.