Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ତ୍ରିସ୍ତରୀୟ ସୁରକ୍ଷା ବଳୟ, ମୁତୟନ ହେବେ ୬୫ ପ୍ଲାଟୁନ ପୁଲିସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ​ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ରତ୍ନବେଦୀ ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀକ୍ଷେତ୍ରରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ରହିବ। ମୁତୟନ ହେବେ ୬୫ପ୍ଲାଟୁନ ଫୋର୍ସ।

ସୁରକ୍ଷା ବ୍ୟବସ୍ଥା ପାଇଁ ଅତରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧକ୍ଷତାରେ ଆଜି ବରିଷ୍ଠ ପୋଲିସ ପଦାଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଏଡିଜି ଆର କେ ଶର୍ମାଙ୍କ ଅଧ୍ଯକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ରଥଯାତ୍ରା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜଳ,ସ୍ଥଳ ଓ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ।

ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ୪ଟିଜୋନରେ ବିଭକ୍ତ କରାଯାଇଛି। ପ୍ରାୟ ୬୫ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧୦ଜଣ ଅତିରିକ୍ତ ଏସପି, ୩୧ଡିଏସପି, ୬୪ ଇନିସପେକ୍ଟର, ୨୨୨ ASI ଓ SI ହେବେ ମୁତୟନ ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିଆଯାଉଛି ଗୁରୁତ୍ୱ।ପୁରୀ ପାଇଁ ସବୁ ପ୍ରଵେଶ ପଥ ସିଲ୍ ହେବ।ସିସିଟିଭି ନଜରରେ ରହିବ ପୁରୀ ସହର।

ଆସନ୍ତାକାଲି ରାତି ୮ଟାରୁ ୧୩ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ଲାଗିବ। ଏଥିପାଇଁ ଆଜି ପୁରୀ ସହରରେ ସପ୍ତାହନ୍ତ ସଟ ଡାଉନକୁ କୋହଳ କରାଯାଇଛି। ଅନ୍ୟପଟେ ରଥଯାତ୍ରାରେ ସାମିଲ୍ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଓ ପୋଲିସ ଅଧିକାରୀ ମାନଙ୍କ ଆରଟିପିସିଆର୍ ଟେଷ୍ଟ ଶେଷ ହୋଇଛି। କେବଳ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ମହାପ୍ରଭୁଙ୍କ ଯାତ୍ରାରେ ସାମିଲ୍ ହେବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

Leave A Reply

Your email address will not be published.