Odisha Link
Bridging the Missing Links in Odisha

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

ମୁମ୍ବାଇ: ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଛି।

ନୂଆ କାର୍ଯ୍ୟସୂଚୀ ଅନୁସାରେ, ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ଏକ ଦିନିକିଆ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ୍ ଜୁଲାଇ ୧୮ରୁ ଆରମ୍ଭ ହୋଇ ଜୁଲାଇ ୨୯ରେ ଶେଷ ହେବ। ତେବେ ମ୍ୟାଚ ଗୁଡ଼ିକର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା କରାଯିବ।

ଇଂଲଣ୍ଡ ଗସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ ଗ୍ରାଣ୍ଡ ଫ୍ଲାଓ୍ବାରଙ୍କ ସମେତ କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ସିରିଜକୁ କିଛିଦିନ ଘୁଞ୍ଚାଇବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା।

ଶନିବାର ଉଭୟ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏଥିପାଇଁ ସହମତ ହୋଇଥିଲେ। ଭାରତ ଓ ଶ୍ରୀଲଙ୍କା କ୍ରିକେଟ ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.