Odisha Link
Bridging the Missing Links in Odisha

ମାମୁଁ ଘରକୁ ବୁଲିବାକୁ ଆସି ବାଇକ୍‌ ନେଇ ଚମ୍ପଟ ମାରିଥିଲା ଭଣଜା, ଏବେ…

ନୟାଗଡ଼: ମାମୁଁ ଘରୁକୁ ବୁଲିବାକୁ ଆସିଥିଲା ଭଣାଜ। ମୌକା ଦେଖି ଗାଡ଼ି ଚୋରି କରି ଫେରାର ହୋଇଗଲା। ପରେ ପୁଲିସ୍‌ ବାଇକ୍‌ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଏମିତି ଏକ ଖବର ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରୁ।

ମିଳିଥିବା ସୂଚନା ମୁତାବିକ, ଅଭିଯୁକ୍ତ ଶ୍ରୀନିବାସ ପଣ୍ଡା(୨୧)ର ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପଲ୍ଲୀ ଗ୍ରାମରେ ହୋଇଥିବାବେଳେ ସେ ଗତ ୩ତାରିଖରେ ବାଉଁଶିଆପଡ଼ା ମାମୁଁଘରକୁ ଆସିଥିଲା। ତେବେ,ମାମୁଙ୍କର ଜଣେ ସମ୍ପର୍କୀୟ ଆସିଥିବାବେଳେ ତାଙ୍କ ବାଇକ୍‌ଟିକୁ ଶ୍ରୀନିବାସ ଚୋରିକରି ନେଇଯାଇଥିଲା।

ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଶ୍ରୀନିବାସକୁ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଥିଲା। ଏଥିସହିତ ବାଇକ୍‌କୁ ପୁଲିସ୍‌ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

Leave A Reply

Your email address will not be published.