Odisha Link
Bridging the Missing Links in Odisha

ଚିକିତ୍ସାରେ ଅବହେଳା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: କରୋନା ଦ୍ୱିତୀୟ ଲହର ସଂକ୍ରମଣ ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଅଭିଯୋଗର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ରେ ହେବ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ବେଳେ ଭିମସାରରେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ବରଗଡର ଆଇନ ଛାତ୍ର ଜ୍ଞାନଦତ୍ତ ଚୌହାନ ଜନସ୍ୱାର୍ଥ ମାମଲା କରିଥିଲେ। ଏନେଇ ଜ୍ଞାନଦତ୍ତ କହିଛନ୍ତି, ମହାମରୀ କରୋନା ସମୟରେ ଉପଯୁକ୍ତ ଚିକିତ୍ସା ନ ପାଇ ବହୁ ଲୋକ ଆଖି ବୁଜିଛନ୍ତି।

ଆଇସିୟୁ ତଥା, ଅକ୍ସିଜେନ ଅଭାବରୁ ବହୁ ଜୀବନ ଯାଇଛି। ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ଏପରି ଘଟଣା ଘଟିଛି। କୋର୍ଟ ଏହାକୁ ଗୁରୁତର ସହ ନେବା ସହ ନଭେମ୍ବର ୧୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.