Odisha Link
Bridging the Missing Links in Odisha

୯ ମାସ ପରେ ବଢ଼ିଲା ଇନ୍ଧନ ଚାହିଦା

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଚାହିଦା ନୀଚା ରହିବା ପରେ ଚଳିତବର୍ଷ ଜୁନ୍‌ରେ ଭାରତର ଇନ୍ଧନ ଚାହିଦା ବୃଦ୍ଧି ପାଇଛି। କୋଭିଡ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଥମିବାରୁ ଲକଡାଉନ୍‌ କଟକଣା କୋହଳ ହେବା ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହୋଇଛି।

ଏହାଦ୍ୱାରା ଇନ୍ଧନ ଚାହିଦା ପୁଣି ଉପରମୁହାଁ ହୋଇଛି। ଜୁନ୍‌ ମାସରେ ଇନ୍ଧନ ବ୍ୟବହାର ପୂର୍ବବର୍ଷ ତୁଳନାରେ ୧.୫% ବୃଦ୍ଧି ପାଇ ୧୬.୩୩ ନିୟୁତ ଟନ୍‌ ହୋଇଛି। ଚଳିତବର୍ଷ ମେ ମାସ ତୁଳନାରେ ଏହା ୮% ବୃଦ୍ଧି ପାଇଛି। ପେଟ୍ରୋଲିୟମ୍‌ ପ୍ଲାନିଙ୍ଗ ଆଣ୍ଡ ଆନାଲିସିସ ସେଲ୍‌ (ପିପିଏସି)ର ତଥ୍ୟରୁ ଏହା ଜଣାପଡ଼ିଛି।

ତଥ୍ୟ ମୁତାବକ ପେଟ୍ରୋଲ ବିକ୍ରି ବାର୍ଷିକ ଭିତ୍ତିରେ ୫.୬% ବଢ଼ି ଜୁନ୍‌ରେ ଏହା ୨.୪ ନିୟୁତ ଟନ୍‌ରେ ପହଞ୍ଚିଛି। ମେ ମାସରେ ବିକ୍ରି ହୋଇଥିବା ୧.୯୯ ନିୟୁତ ଟନ୍‌ ତୁଳନାରେ ଏହା ୨୧% ଅଧିକ। ଦେଶରେ ସର୍ବାଧିକ ବ୍ୟବହୃତ ହେଉଥିବା ଡିଜେଲ ଚାହିଦା ମେ ତୁଳନାରେ ୧୨% ବଢ଼ି ୬.୨ ନିୟୁତ ଟନ୍‌ ହୋଇଛି। କିନ୍ତୁ ୨୦୨୦ ଜୁନ୍‌ ତୁଳନାରେ ଏହା ୧.୫% ବୃଦ୍ଧି ପାଇଛି। ୨୦୧୯ ଜୁନ୍‌ ଠାରୁ ଏହା ୧୮.୮% ବଢ଼ିଛି। ଏଲ୍‌ପିଜି ଚାହିଦା ୯.୭% ବଢ଼ି ୨.୨୬ ନିୟୁତ ଟନ୍‌ ହୋଇଛି। ୨୦୧୯ ଜୁନ ତୁଳନାରେ ଏହା ୨୬.୩% ବଢ଼ିଛି।

Leave A Reply

Your email address will not be published.