Odisha Link
Bridging the Missing Links in Odisha

CM ଯୋଗୀଙ୍କୁ ଧାରରେ ମାଗିଲେ ଅଷ୍ଟ୍ରେଲିଆ ସାଂସଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶର ଜନବହୁଳ ରାଜ୍ୟ ହେଉଛି ଉତ୍ତର ପ୍ରଦେଶ। ହେଲେ ମହାମାରୀ କରୋନାର ମୁକାବିଲା କରିବାରେ ସଫଳ ହୋଇଛି ଉତ୍ତର ପ୍ରଦେଶ। କୋଭିଡ ମହାମାରୀକୁ ଆୟତ୍ତ କରି ସବୁଠି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସିଏମ୍‌ ଯୋଗୀଙ୍କର ହେଉଛି ପ୍ରଶଂସା। ଅଷ୍ଟ୍ରେଲିଆ ସାଂସଦ କ୍ରେଗ କେଲୀ ଯୋଗୀଙ୍କ କୋଭିଡ ମ୍ୟାନେଜମଣ୍ଟକୁ ନେଇ ଖବୁ ପ୍ରଶଂସା କରିଛନ୍ତି। ଧାରରେ ସିଏମ୍‌ ଯୋଗୀ ମିଳିପାରିବକି ବୋଲି ମଧ୍ୟ ସେ ଟ୍ବିଟ୍‌ ଯୋଗେ ପଚାରିଛନ୍ତି।

ଜୁଲାଇ ୧୦ ତାରିଖରେ କ୍ରେଗ୍‌ କେଲି ତାଙ୍କ ଅଫିସିଆଲ ଟ୍ବିଟରରୁ ଟ୍ବିଟ୍‌ କରି କହିଛନ୍ତି ଯେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାରରେ ମିଳିପାରିବେକି। ସେ ଆମକୁ ଆଇଭରମେକ୍ଟିନ୍‌ ସମସ୍ୟାରୁ ମୁକୁଳାଇ ପାରିବେ ବୋଲି ଟ୍ବିଟ୍‌ କରିଛନ୍ତି। ଅଷ୍ଟ୍ରେଲିଆ ସାଂସଦଙ୍କର ଏହି ଟ୍ବିଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହୋବକୁ ଯାଉଛି। ଏହା ପୂର୍ବରୁ ସାରା ଦେଶରେ ଯୋଗୀ ମଡେଲକୁ ନେଇ ପ୍ରଶଂସା କରାଯାଉଛି। ଠିକ୍‌ ଏହି ସମୟରେ ଏହି ଟ୍ବିଟ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.