Odisha Link
Bridging the Missing Links in Odisha

ବାରିପଦା: ବାହୁଡ଼ା ଯାଏଁ ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ

ବାରିପଦା: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେଠାକାର ଦାୟିତ୍ୱରେ ରହିବେ ୩ ପ୍ଲାଟୁନ୍ ପୁଲିସ୍ ଏବଂ ୨୦ ଅଫିସର।

ଜଗନ୍ନାଥ ମନ୍ଦର ଚାରିପାଖ ୫ ଶହ ମିଟର୍ ଦୂରତାରେ ୧୪୪ ଧାରା ଲାଗୁ କରାଯିବ ବୋଲି ଜଣାପଡ଼ଛି। କରୋନା ମହାମାରୀ ଜାରି ରହିଥିବା କାରଣରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ଭିଡ଼ କରିବାକୁ ଦିଆଯାଉନଥିବା ବେଳେ ମନ୍ଦରକୁ ଆସିବା ରାସ୍ତାରେ ବାରିକେଡ୍ କରାଯାଇଛି। ଏଥିସହିତ ଗାଡ଼ି ଚଳପ୍ରଚଳକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Leave A Reply

Your email address will not be published.