ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟବୋଲବମ୍ ଉପରେ ରାଜ୍ୟ ସରକାର ଲଗାଇଲେ କଟକଣା। ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ। ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ।
ସ୍ପେଶାଲ୍ ରିଲିଫ୍ କମିସନର ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଛନ୍ତି। ଶ୍ରାବଣ ମାସରେ କୌଣସି କାଉଡିଆ ଭକ୍ତ ପାଣିଭାର ନେଇପାରିବେ ନାହିଁ ବୋଲି କୁହାଯାଇଛି। ଅନ୍ୟପଟେ କୌଣସି ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ସାରା ଦେଶରେ ଏବେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ବି ସରକାର ସତର୍କତା ଜାରି ରଖିଛନ୍ତିି। ଅନୁରୂପ ଭାବେ ଓଡିଶାରେ ମଧ୍ୟ କିଛି ଜିଲ୍ଲାରେ ସଂକ୍ରମଣ କମିଥିଲେ ହେଁ, ବାକି କିଛି ଜିଲ୍ଲାରେ ସଂକ୍ରମଣ କମିନାହିଁ । ତେଣୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି।