Odisha Link
Bridging the Missing Links in Odisha

ସିଂହଦ୍ବାର ସାମ୍ନାରେ ଲାଗିଲା ୩ ରଥ, ଗୀତ ଗୋବିନ୍ଦ ଗାନ କଲେ ଶହ ଶହ ସେବାୟତ

ପୁରୀ: ବଡ଼ଦାଣ୍ଡରେ ଭିଜି ଭିଜି ସିଂହଦ୍ବାରରେ ପହଁଞ୍ଚିଲେ ଭାଇ ଭଉଣୀ। ସିଂହଦ୍ବାରା ସାମ୍ନାରେ ଆସି ପହଁଞ୍ଚିଲା ଶ୍ରୀଜିଉଙ୍କ ରଥ। ତଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖରେ ଲାଗିଲା। ୩ ରଥ ପହଁଞ୍ଚିବା ପରେ ଶହ ଶହ ସେବାୟତ କଲେ ଗୀତଗୋବିନ୍ଦ ଗାନ।

ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଘଣ୍ଟ ଘଣ୍ଟା ନାଦ, ଡାହୁକ ଡାକରେ ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଆସି ପହଁଞ୍ଚିଛିତ।

ତେବେ ବାହୁଡା ଯାତ୍ରାର ନିର୍ଘଣ୍ଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା। ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଙ୍ଖଳତ ଭାବେ ଶେଷ ହୋଇଛି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଅରମ୍ଭ ହୋଇଛି। ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଗଡିଲା ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା।

ସୂଚନାଯୋଗ୍ୟ ଯେ, ବାହୁଡ଼ା ଯାତ୍ରା ପରେ ଆସନ୍ତା ୨୧ରେ ସୁନାବେଶ ଓ ୨୨ରେ ଅଧରପଣାନୀତି, ୨୩ରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ସେଥିପାଇଁ ଗତକାଲି ରାତି ୮ଟାରୁ ଆସନ୍ତା ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା।

Leave A Reply

Your email address will not be published.