Odisha Link
Bridging the Missing Links in Odisha

ଆକାଶ-ଏନଜି ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ନୂତନ ଜେନେରେସନ୍ ଆକାଶ-ଏନଜି ମିସାଇଲର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ମିଶାଇଲରେ ବହୁଦେଶୀୟ ରାଡାର, କମାଣ୍ଡ, କଣ୍ଟୋଲ ଏବଂ ସଞ୍ଚାର ପ୍ରଣାଳୀରେ ଭଳି ସବୁ ପ୍ରକାର ହତିଆର ନିହିତ ରହିଛି।

ଗତ ଦୁଇ ଦିନ ମଧ୍ୟରେ ୩୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ଏହା ହେଉଛି ଦ୍ୱିତୀୟ ପରୀକ୍ଷଣ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ, ନୂତନ ଜେନେରେସନ୍ ଆକାଶ (ଆକାଶ-ଏନଜି) କ୍ଷେପଣାସ୍ତ୍ର ସକାଳ ୧୧:୪୫ରେ ଓଡିଶା ଉପକୂଳବର୍ତ୍ତୀ ଚାନ୍ଦିପୁରର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସଫଳତାର ସହ ପରୀକ୍ଷଣ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆଡିଓ, ଭାରତୀୟ ବାୟୁସେନା ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍) ଏବଂ ଭରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ୍) କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣରେ ଜଡିତ ଥିବା ଟିମ୍ର ଉଦ୍ୟମକୁ ଡିଆରଡିଓ ଅଧ୍ୟକ୍ଷ ଜି ସତିଶ୍ ରେଡ୍ଡୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.