Odisha Link
Bridging the Missing Links in Odisha

ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ ହେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଏଥିପାଇଁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଣ୍ଡି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି। ରାମକୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ବିଜେ କରିସାରିଛନ୍ତି। ପ୍ରଭୁ ବଳଭଦ୍ରଙ୍କୁ ତାଳୱଜ ରଥରୁ ଓହ୍ଲାଯାଇ ପହଣ୍ଡି କରାଯାଉଛି। ଏହା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହେବ । ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦୀକୁ ଯିବେ।

ସେପଟେ ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ଅପେକ୍ଷାରେ ଅଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ। ମହାପ୍ରଭୁଙ୍କ ପହଣ୍ଡି ସମୟରେ କଂସା କବାଟ କିଳି ବାଟ ଓଗାଳିବେ ଲକ୍ଷ୍ମୀ ସାଆନ୍ତାଣି। ଚାଲିବ କଥା କଟାକଟି। ପରିଶେଷରେ ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ସାଆନ୍ତ।

Leave A Reply

Your email address will not be published.