Odisha Link
Bridging the Missing Links in Odisha

ବଢ଼ିଲା ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ସମସ୍ୟା ଆହୁରି ବଢ଼ିବାରେ ଲାଗିଛି। ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ ୨୭ ଜୁଲାଇ ପର୍ଯ୍ୟନ୍ତ ଜେଲରେ ରହିବେ। ମୁମ୍ବାଇ କୋର୍ଟ ତାଙ୍କ ରିମାଣ୍ଡକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ତାଙ୍କ ସହଯୋଗୀ ରେୟାନ ଥାର୍ପେ ମଧ୍ୟ ପୋଲିସ ହେପାଜତରେ ରହିବେ।

ତେବେ ରାଜ କୁନ୍ଦ୍ରାଙ୍କୁ ଆଜି ଜେଲରୁ କୋର୍ଟ ନିଆଯାଇଥିଲା, ଯେଉଁଠାରେ ପୋଲିସର ଯୁକ୍ତି ଶୁଣିବା ପରେ କୋର୍ଟ କୁନ୍ଦ୍ରାଙ୍କ ରିମାଣ୍ଡକୁ ଆଉ ୫ ଦିନ ବଢ଼ାଇ ଦେଇଛନ୍ତି। ଫେବ୍ରୁଆରୀ ୨୦୨୧ରେ ସାମ୍ନାକୁ ଆସିଥିବା ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି।

ରିପୋର୍ଟ ମୁତାବକ, ରାଜ କୁନ୍ଦ୍ରା ପୋଲିସକୁ ସହଯୋଗ କରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରୁନାହାନ୍ତି। ତେବେ ଏକ ହଟସଟ୍ ନାମକ ଆପ ଜରିଆରେ ରାଜ ଏହି ଅଶ୍ଲୀଳ ଫିଲ୍ମ ରିଲିଜ କରୁଥିବା ଜଣାପଡିଛି। ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ଚଳିତ ବର୍ଷ ଫେବୃଆରୀରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତାଙ୍କ ଉପରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କରିଥିଲା। ଏହି ମାମଲାରେ ଅଧିକ ତଦନ୍ତ ଓ ପ୍ରମାଣ ମିଳିବା ବାକି ରଖିଛି, ଯେଉଁଥି ପାଇଁ ସମୟ ଦରକାର ବୋଲି କୋର୍ଟରେ ପୋଲିସ କହିଥିଲା। ପର୍ଣ୍ଣ ଫିଲ୍ମ ମାଧ୍ୟମରେ ଆସୁଥିବା ଟଙ୍କା ଅନଲାଇନ୍ ବେଟିଂରେ ବ୍ୟବହୃତ ହେଉଥିବା ନେଇ ପୋଲିସ୍ ସନ୍ଦେହ କରୁଛି ।

Leave A Reply

Your email address will not be published.