Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ୩୬ ଜଣଙ୍କ ଗଲାଣି ଜୀବନ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ରାଇଗଡ଼ରେ ଭୂସ୍ଖଳନ ଘଟିଛି। ଏଥିରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କେବଳ ତାଲାଇରେ ୩୨ ଓ ସଖର ସୁତର ୱାଦିରେ ୪ ଜଣଙ୍କ ମୃତ ହୋଇଛି। ସେପଟେ ଆହୁରି ୩୦ ଜଣ ଘର ମଧ୍ୟରେ ଫସିଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ଗତ ୩ ଦିନ ହେବ ଲଗାଣ ବର୍ଷା ବିତ୍ପାତ ରହିଛି। ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ପ୍ରଥମେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାହା ବଢି ୩୬ରେ ପହଞ୍ଚିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରେ ମୁମ୍ବାଇରେ କୋଠା ଭୁଶୁଡ଼ିବାର ଅନେକ ଘଟଣା ଘଟିଛି। ସହରର ଅନେକ ସ୍ଥାନରେ ଘର ଗୁଡ଼ିକରେ ପାଣି ପଶିଲାଣି। ସେପଟେ, ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। କେମିତି ଲୋକମାନଙ୍କୁ ସୁଚାରୁ ରୂପେ ଉଦ୍ଧାର କରାଯିବ ସେନେଇ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.