Odisha Link
Bridging the Missing Links in Odisha

ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର। ପିପିପି ମୋଡରେ ହେବ ବିମାନବନ୍ଦରର ବିକାଶ ଓ ପରିଚାଳନା। ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜେନେରାଲ ଭିକେ ସିଂହ। ଭାରତୀୟ ବିମାନବନ୍ଦର ପ୍ରାଧିକରଣର ୧୯୦ତମ ବୋର୍ଡ ବୈଠକରେ ଏହାକୁ ମଞ୍ଜୁରୀ ଦିଆଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ସମେତ, ବାରଣାସୀ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚି ଭଳି ୬ଟି ବିମାନବନ୍ଦରକୁ ଘରୋଇକରଣ ପାଇଁ ନିଷ୍ପତ୍ତି ହୋଇଛି। ବେସାମରିକ ବିମାନ ଚଳାଚଳ ନୀତି -୨୦୧୬ ଅନୁସାରେ ଦେଶର ବିଭିନ୍ନ ବିମାନବନ୍ଦରକୁ ଘରୋଇକରଣ ବା ପିପିପି ମୋଡରେ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ସରକାର ଚାହିଁଲେ ବିମାନବନ୍ଦରର ପରିଚାଳନା ଓ ଉନ୍ନତିକରଣ ଦାୟି୍ତ୍ୱ ଦେଇପାରିବେ। ୨୦୦୬ରେ ଦିଲ୍ଳୀ ଓ ମୁମ୍ବାଇ ବିମାନବନ୍ଦର ପରିଚାଳନା ପିପିପି ମୋଡରେ କରିବାକୁ ଲିଜ୍ ଦେଇଥିଲା ଏୟାରପୋର୍ଟ ଅଥରୀଟି ଅଫ୍ ଇଣ୍ଡିଆ। ୨୦୧୮- ୧୯ରେ ଅହମ୍ମଦାବାଦ, ଜୟପୁର, ଲେକ୍ଷ୍ନୌ, ଗୌହାଟି, ଥିରୁଅନନ୍ତପୁରମ ଓ ମେଙ୍ଗାଲୁରୁ ବିମାନବନ୍ଦରକୁ ଘରୋଇକରଣ କରାଯାଇଥିଲା।

Leave A Reply

Your email address will not be published.