Odisha Link
Bridging the Missing Links in Odisha

ମୋ ଭାଷଣ ଶୁଣିବାକୁ ଭୂତ ଆସିଥିଲା: ତେଜ ପ୍ରତାପ

ପାଟନା: ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ସବୁବେଳେ ଚର୍ଚ୍ଚାରେ। କିଛି ଏମିତି କରିଥାନ୍ତି ଯାହାଫଳରେ ଚର୍ଚ୍ଚାରେ ରୁହନ୍ତି ସେ। ପୁଣିଥରେ ତେଜ ପ୍ରତାପ ଏଭଳି କିଛି ବୟାନ୍‌ ଦେଇଛନ୍ତି ଯାହାଫଳରେ ସେ ଏବେ ଚର୍ଚ୍ଚାରେ। ତେଜ ପ୍ରତାପ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ବାସଭବନରେ ଏକ ଫେସବୁକ୍‌ ଲାଇଭ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ସେ ଭୂତ ଦେଖିଛନ୍ତି। ଏହିକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ସେ କହିଥିଲେ ଯେ ସ୍ବପ୍ନରେ ଭୂତ ଦେଖିଥିଲେ।

ସେ ଆହୁରି କହିଛନ୍ତି ଯେ, ଏକ ଘର ଉପରେ ଭୂତ ବସିଥିଲା। ସେ ମୋତେ କିଛି କହିବାକୁ ଚାହୁଁଥିଲା ହେଲେ ମୁଁ ଭୋଳାନାଥଙ୍କ ନାମ ଜପିବାରୁ ସେ ପଳାଇଥିଲା। ପ୍ରକୃତରେ ମୋ ଭାଷଣ ଶୁଣିବାକୁ ଭୂତ ଆସିଥିଲା ବୋଲି ତେଜ ପ୍ରତାପ କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଏଥିସହିତ ଲାଲୁ ପ୍ରସାଦ ଯାଦବଙ୍କ ସଂଘର୍ଷର କାହାଣୀ ନିଜ ସମର୍ଥକଙ୍କ ଆଗରେ କହିଥିଲେ ତେଜ ପ୍ରତାପ। ଜଣେ ନୂଆ କୁର୍ତ୍ତା ପାଇଜାମା ପିନ୍ଧିଲେ ନେତା ହୁଅନ୍ତି ନାହିଁ। ଲୋକଙ୍କ ସେବା, ସୁଖ ଦୁଃଖର ସାଥୀ ହେଲେ ଜଣେ ପ୍ରକୃତ ରାଜନେତା ହୋଇ ପାରିବ ବୋଲି ସେ କହିଛନ୍ତି।