Odisha Link
Bridging the Missing Links in Odisha

୧୭ ଦିନ ହେବ ଅପରିବର୍ତ୍ତିତ ରହିଛି ତୈଳ ଦର, ନିକଟରେ ବଢ଼ିଥିଲା ୩୦ ପଇସା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ହେଲେ ୧୭ ଦିନ ହେବ ଦେଶରେ ଅପରିବର୍ତ୍ତିତ ରହିଛି ତେଲ ଦର।ଶେଷଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା। ସେବେଠାରୁ ଆଉ କମିନି ତୈଳ ଦର।

ଅପରପକ୍ଷେ ବିଶ୍ବ ବଜାରରେ ଗତ କିଛି ଦିନ ହେଲା ଉପର ତଳ ହେଉଛି ତୈଳ ଦର। ଏହି କାରଣରୁ ଏବେ ତେଲ କମ୍ପାନିମାନେ ଦରବୃଦ୍ଧି ନକରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଉପରେ ନଜର ରଖିଛନ୍ତି। ଗତକାଲି ବ୍ରେଣ୍ଟ କ୍ରୁଡ ବ୍ୟାରେଲ ପିଛା ୭୨ ଡଲାରକୁ କମିବା ପରେ ଆଜି ୭୩.୫୪ ଡଲାରକୁ ବୃଦ୍ଧି ପାଇଛି। ଇଣ୍ଡିଆନ ବାସ୍କେଟ କ୍ରୁଡ ମୂଲ୍ୟ ଗତ ଜୁଲାଇ ୨୧ରେ ବ୍ୟାରେଲ ପିଛା ୬୯.୫୪ ଡଲାରକୁ କମିବା ପରେ ଏବେ ପୁଣି ୭୪ ଡଲାରକୁ ବୃଦ୍ଧି ପାଇଛି। ଏଣୁ ଏହି ବୃଦ୍ଧି ହାର ଜାରି ରହିଲେ ଭାରତରେ ତେଲ କମ୍ପାନିମାନେ ପୁଣି ଦରବୃଦ୍ଧି କରିପାରନ୍ତି ବୋଲି ପୂର୍ବାନୁମାନ କରାଯାଇଛି।

ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୮୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୬୬ ରେ ଓ ଡିଜେଲ ଟ. ୯୭.୯୫ରେ ବିକ୍ରିହେଉଛି ।

Leave A Reply

Your email address will not be published.