Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନ୍ସଲଟାଣ୍ଟ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଟେକନିକାଲ କନ୍ସଲଟାଣ୍ଟ। କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଟେକନିକାଲ କନ୍ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟେକ୍ନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଚଢ଼ାଉ ହୋଇଛି।

ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢାଉ କରିଛି। ବାସଭବନ, ପୈତୃକ ଘର, ଶ୍ୱଶୁର ଘର ଓ ଯୋଡା ଅଫିସରେ ଚଢାଉ ହୋଇଥିବା ଜଣାପଡିଛି। ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି।